ଇଣ୍ଡୋନେସିଆରେ ୮୭ ଭାରତୀୟ ନାବିକ ଅଟକ

ହାଇଦରାବାଦ: ବେଆଇନଭାବେ ଲଙ୍ଗର ପକାଇଥିବା ଅଭିଯୋଗରେ ଆଜକୁ ଚାରିମାସ ହେବ ଇଣ୍ଡୋନେସିଆ ନୌବାହିନୀ ପକ୍ଷରୁ ପାଞ୍ଚଟି ଭାରତୀୟ ଜାହାଜକୁ ଜବତ କରାଯାଇଛି। ଉକ୍ତ ଜାହାଜରେ କାର୍ଯ୍ୟରତ ୮୭ ଭାରତୀୟ ନାବିକ ମଧ୍ୟ ସେଠାରେ ଅଟକ ରହିଛନ୍ତି। ସେମାନଙ୍କର କାଗଜପତ୍ରକୁ ଜବତ କରାଯାଇଥିବାବେଳେ ସେମାନଙ୍କୁ ସ୍ବଦେଶ ଫେରିବାକୁ ଅନୁମତି ଦିଆଯାଉନାହିଁ। ପ୍ରକୃତରେ ଏହି ଜାହାଜଗୁଡିକ ସିଙ୍ଗାପୁର ପ୍ରଣାଳୀରେ ଲଙ୍ଗର ପକାଇଥିବାବେଳେ ଇଣ୍ଡୋନେସିଆ ଏହାକୁ ନିଜର ଜଳରାଶି ବୋଲି ଦାବି କରୁଛି। ଏହି ପ୍ରଣାଳୀକୁ ନେଇ ସିଙ୍ଗାପୁର, ଇଣ୍ଡୋନେସିଆ ଓ ମାଲେସିଆ ମଧ୍ୟରେ ବହୁଦିନରୁ ବିବାଦ ଦେଖାଦେଇଛି। ସଂପୃକ୍ତ ଜାହାଜ କମ୍ପାନୀ ପକ୍ଷରୁ ଅଟକ ରହିଥିବା ନାବିକଙ୍କୁ ନିୟମିତ ଦରମା ଓ ଖାଦ୍ୟପେୟ ଦିଆଯାଉଥିଲେ ସୁଦ୍ଧା ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ କୌଣସି ଉଦ୍ୟମ କରାଯାଉନାହିଁ ବୋଲି ଜଣେ ନାବିକ ଫୋନ ଯୋଗେ ନିଜ ପରିବାରକୁ ସୂଚନା ଦେଇଥିବା ପ୍ରକାଶ।

Comments are closed.