ଦେଶରେ ଦିନକରେ ଚିହ୍ନଟ ହେଲେ ୮୬୦୩ ନୂଆ ଆକ୍ରାନ୍ତ; ୪୧୫ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୮୬୦୩ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକ ମଧ୍ୟରେ ୪୧୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭୦୫୩୦କୁ ବୃଦ୍ଧିପାଇଛି । ଏହି ସମୟ ମଧ୍ୟରେ କରୋନାରୁ ୮୧୯୦ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ କରୋନାରୁ ଆରୋଗ୍ୟଲାଭ କରିଥିବା ଲୋକଙ୍କ ସଂଖ୍ୟା ୩,୪୦,୫୩,୮୫୬କୁ ବୃଦ୍ଧିପାଇଛି । ଦେଶରେ ଆରୋଗ୍ୟ ହାର ୯୮.୩୫% ରହିଛି । ଅନ୍ୟପକ୍ଷରେ ଦୈନିକ ସଂକ୍ରମଣ ୦.୬୯% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୮୧% ରହିଛି । ଏପର୍ଯ୍ୟନ୍ତ ମୋଟ ୬୪.୬୦ କୋଟି ନମୁନା ପରୀକ୍ଷା କରାଯାଇସାରିଲାଣି । ଏଥିସହିତ ଦେଶରେ ୧୨୬.୫୩ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି । ସଂପ୍ରତି ଦେଶରେ ୯୯୯୭୪ ଜଣ ସକ୍ରିୟ କରୋନା ରୋଗୀ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ।

Comments are closed.