ମାଲକାନଗିରି ଜିଲ୍ଲାରେ ୮୬ କରୋନା ସଂକ୍ରମିତ ଚିହ୍ନଟ, ୨୨୦୦ରୁ ଊର୍ଦ୍ଧ୍ବ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ତରଫରୁ ସୂଚନା ମିଳିଛିା ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ୨୨୨୩ରେ ପହଞ୍ଚିଛି।  ଆଜି ଚିହ୍ନଟ ହୋଇଥିବା ୮୬ଜଣଙ୍କ ମଧ୍ୟରୁ ମାଲକାନଗିରି ପୌର ପରିଷଦର ୨୬ ଜଣ, ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦର ୬ଜଣ, କୋରୁକୋଣ୍ଡା ବ୍ଲକର ୧୦ ଜଣ, ଖଇରପୁଟ ବ୍ଲକର ୫ ଜଣ, ମାଲକାନଗିରିବ୍ଲକର ୩ ଜଣ, ମାଥିଲି ବ୍ଲକର ୭ ଜଣ, ଚିତ୍ରକୋଣ୍ଡା ବ୍ଲକର ୧୬ ଜଣ, କାଲିମେଳା ବ୍ଲକର ୧୨ ଜଣ ପଡିଆ ବ୍ଲକର ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛିା ତେବେ ଆଜି ସୁଦ୍ଧା ମୋଟ ୨୨୨୩ଜଣ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୪୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ୭୪୭ ଜଣ ଚିକିତ୍ସିତ ହେଉଥିବା ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ସୂଚନା ଦେଇଛନ୍ତି।

Comments are closed.