ଦେଶରେ ଖସୁଛି ସଂକ୍ରମଣ: ଦିନକରେ ୮୩୦୬ ନୂଆ ଆକ୍ରାନ୍ତ; ୨୧୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୭୩,୫୩୭କୁ ବୃଦ୍ଧିପାଇଛି । ଦିନକ ମଧ୍ୟରେ କରୋନାରୁ ୮୮୩୪ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୩,୪୦,୬୯,୬୦୮ ଜଣ ସୁସ୍ଥ ହେଲେଣି । ଆରୋଗ୍ୟ ହାର ୯୮.୩୫% ରହିଥିବାବେଳେ ଦୈନିକ ସଂକ୍ରମଣ ୦.୯୪% ଏବଂ ସାପ୍ତାହିକ ସଂକ୍ରମଣ ୦.୭୮% ରହିଛି । ଦେଶରେ ଏପର୍ଯ୍ୟନ୍ତ ୧୨୭.୯୩ କୋଟି ପାନ ଟିକା ଦିଆଯାଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି । ସେହିଭଳି ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୫.୮ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୫.୨୫ ନିୟୁତକୁ ବୃଦ୍ଧିପାଇଛି ।

Comments are closed.