ଶିଶୁ ସାହିତ୍ୟିକ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୦ତମ ଜୟନ୍ତୀ ପାଳିତ

ମାହାଙ୍ଗା: ଗୀତିକାର ତଥା ଶିଶୁ ସାହିତ୍ୟିକ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୦ତମ ଜୟନ୍ତୀ ସମ୍ବାଦ ସାହିତ୍ୟ ଘର, ମାହାଙ୍ଗା ଓ ମାହାଙ୍ଗା ସାହିତ୍ୟ ସମାଜର ମିଳିତ ଅନୁକୁଲ୍ୟରେ ମୋଗଲପାଟଣାସ୍ତିତ ଇନ୍ଦିରା ପ୍ରିୟଦର୍ଶିନୀ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପ୍ରାବନ୍ଧିକ ଡକ୍ଟର ଭୁବନାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟ ଗବେଷକ ଡକ୍ଟର ବସନ୍ତ କିଶୋର ସାହୁ ଯୋଗଦେଇ ଶିଶୁ ସାହିତ୍ୟ କ୍ଷେତ୍ରରେ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ଶିଶୁ କବିତା, ଗଳ୍ପ ଓ ଉପନ୍ୟାସ ତାଙ୍କୁ କାଳଜୟୀ କରିଛି ବୋଲି କହିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାବନ୍ଧିକ ଡକ୍ଟର ଏକାଦଶୀ ପ୍ରଧାନ, ସାହିତ୍ୟିକ ଭକ୍ତ ଚରଣ ସାହୁ, ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ କର ଓ ନାଟ୍ୟକାର ଭାବଗ୍ରାହୀ ଦାଶ ପ୍ରମୁଖ ଯୋଗ ଦେଇ ତାଙ୍କ ସାହିତ୍ୟ କୃତ୍ତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

Comments are closed.