ରାଜ୍ୟରେ ଗୋଟିଏ ଦିନରେ ୮୦୧୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୧୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ ନୂଆ ସଂକ୍ରମିତ ରହିଛନ୍ତି। ଏଥିସହିତ ଅନୁଗୁଳରୁ ୫୨୫, ବାଲେଶ୍ୱର ୧୦୦, ବଗଡ ୩୯୦, ଭଦ୍ରକ ୧୪୫, ବଲାଙ୍ଗୀର ୧୯୮, ବଉଦ ୧୦୩, କଟକ ୪୮୨, ଦେବଗଡ ୧୦୧, ଢେଙ୍କାନାଳରୁ ୮୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଗଜପତିରୁ ୧୨୦, ଗଞ୍ଜାମ ୧୬୯, ଜଗତସିଂହପୁର ୧୪୯, ଯାଜପୁର ୧୯୪, ଝାରସୁଗୁଡା ୩୮୬, କଳାହାଣ୍ଡି ୧୭୪, କନ୍ଧମାଳ ୬୧, କେନ୍ଦ୍ରାପଡା ୭୦, କେନ୍ଦୁଝର ୭୫, କୋରାପୁଟ ୧୨୭, ମାଲକାନଗିରି ୩୬, ମୟୁରଭଞ୍ଜ ୧୯୯, ନବରଙ୍ଗପୁର ୩୨୦, ନୟାଗଡ ୧୮୭, ନୂଆପଡା ୨୬୪, ପୁରୀ ୩୦୬, ରାୟଗଡା ୧୫୪, ସମ୍ବଲପୁର ୪୪୧, ସୋନପୁର ୨୦୭, ସୁନ୍ଦରଗଡରୁ ୭୩୫ ଏବଂ ଷ୍ଟେଟ ପୁଲରୁ ୨୩୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Comments are closed.