କରୋନାର ୨ୟ ତରଙ୍ଗରେ ୮୦୦ ଡାକ୍ତର ମୃତ

ନୂଆଦିଲ୍ଲୀ : କରୋନା ମହାମାରୀର ୨ୟ ତରଙ୍ଗ ଏବେ ମଧ୍ୟ ଜାରି ରହିଛି। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଏହି ମହାମାରୀ ଆଗଧାଡିର କରୋନା ଯୋଦ୍ଧା ଭଗବାନଙ୍କ ସ୍ୱରୂପ ହଜାର ହଜାର ଡାକ୍ତରଙ୍କ ମଧ୍ୟ ଜୀବନ ନେଇଛି। କରୋନାର ୨ୟ ତରଙ୍ଗ ପ୍ରାୟ ୮୦୦ ଡାକ୍ତରଙ୍କ ଜୀବନ ନେଇଛି। ପ୍ରଥମ ଓ ୨ୟ ତରଙ୍ଗରେ ପ୍ରାୟ ୧୫୦୦ରୁ ଅଧିକ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି। ଆଜି ଜାତୀୟ ଡାକ୍ତର ଦିବସରେ ଏଭଳି ତଥ୍ୟ ଆଇଏମଏ ପକ୍ଷରୁ ସୂଚନା ମିଳିଛି। ଏହି ଡାକ୍ତରଙ୍କ ମଧ୍ୟରେ କର୍ଣ୍ଣାଟକରେ ୫ ମାସ ଗର୍ଭବତୀ ଜଣେ ଡାକ୍ତରଙ୍କ ସମେତ ବିହାରରେ ୮୦ ବର୍ଷର,ତେଲେଙ୍ଗାନାରେ ୯୬ ଡାକ୍ତର ବର୍ଷ ମୃତ୍ୟୁବରଣ କରିଛନ୍ତି। ଏବେ ପ୍ରାଥମିକ ଆକଳନରୁ ୮୦୦ ଡାକ୍ତର ଜଣାପଡିଥିବା ବେଳେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି।

Comments are closed.