ଗଞ୍ଜାମ ଜିଲାରୁ ପୁଣି ୮ ପଜିଟିଭ୍ ଚିହ୍ନଟ, ୬୯୮ରେ ପହଞ୍ଚିଲା ଜିଲାର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମ : ଗଞ୍ଜାମ ଜିଲାରୁ ଆଜି ଆଉ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଗଞ୍ଜାମ ଜିିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବେଲଗୁଣ୍ଠା ବ୍ଲକରୁ ୪ ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୫୧, ୫୪, ୬୦ ଏବଂ ୨୩ ବର୍ଷ ବୋଲି ଜଣାପଡିଛି। ଏଥି ସହିତ ଭଞ୍ଜନଗର ବ୍ଲକରୁ ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଓ ୪୫ ବର୍ଷୀୟା ଜଣେ ମହିଳା ଅଛନ୍ତି। ସେହିପରି ପାତ୍ରପୁର ବ୍ଲକର ଜଣେ ୩୫ ବର୍ଷ ବୟସ୍କ ଓ ୧୮ ବର୍ଷିୟ ଜଣେ ପୁରୁଷ ଅଛନ୍ତି। ଆଜି ଚିହ୍ନଟ ହୋଇଥିବା ସମସ୍ତ ୮ ଜଣ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୬୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧୩ ଜଣ ସୁସ୍ଥ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ଜିଲାର ୭୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 

 

Comments are closed.