ଗଡିଆରେ ବୁଡି ଶିଶୁ ପୁତ୍ର ମୃତ

ପାଟଣା : ଘରପାଖ ବିଲରେ ଖୋଳା ଯାଇଥିବା ଗାତରେ କେନାଲ ପାଣି ପଶି ଗାତପାଣି ଭର୍ତ୍ତି ହୋଇଥିବା ବେଳେ ଆଜି ସଂଧ୍ୟାରେ ଏହି ପାଣି ଭର୍ତ୍ତି ଗାତରେ ପଡ଼ି ୧ ବର୍ଷ ୭ ମାସର ଜଣେ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣଙ୍କ ପାଟଣା ବ୍ଲକ ସୁଆମ ଶାସନ ନିକଟ ଜଙ୍ଗଲ ପାଖ ମୁଣ୍ଡାସାହିର ରାମ ମୁଣ୍ଡାଙ୍କ ପୁଅ ତରଣି ମୁଣ୍ଡା ବୋଲି ଜଣାପଡିଛି । ଆଜି ସଂଧ୍ୟା ୮ ସମୟରେ ଘଟଣା ଜଣାପଡ଼ିବା ପରେ ମୃତ ଶିଶୁକୁ ଉଦ୍ଧାର କରାଯାଇ ପାଟଣା ମେଡିକାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି।

Comments are closed.