ଜର୍ମାନୀରେ ଗୁଳିକାଣ୍ଡ, ୮ ମୃତ

ବର୍ଲିନ: ଜର୍ମାନୀର ହନାଉ ଏବଂ ସ୍ପୁଟନିକ ସହରରେ ଗୁଳିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ୨ ଜଣ ଅଜ୍ଞାତ ବନ୍ଧୁକଧାରୀ ଏହି କାଣ୍ଡ ଘଟାଇଛନ୍ତି। ବନ୍ଧୁକଧାରୀଙ୍କ ଗୁଳିରେ ହନାଉରେ ୩ ଜଣ ଏବଂ ସ୍ପୁଟନିକରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଦୁର୍ବୃତ୍ତଦ୍ବୟ ଫେରାର ହୋଇଯାଇଛନ୍ତି। କେଉଁ କାରଣରୁ ଏହି ଘଟଣା ଘଟିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୁଲିସର କହିବା ଅନୁସାରେ ପ୍ରଥମ ଘଟଣା ହନାଉ ସହରର ମିଡ୍‌ନାଇ୍‌ଟ ବାରରେ ଏବଂ ୨ୟଟି ଅରେନା ବାରରେ ଘଟିଥିଲା।

Comments are closed.