ରୁଷର ପର୍ମ ବିଶ୍ୱବିଦ୍ୟାଳୟରେ ବନ୍ଧୁକଧାରୀର ଆକ୍ରମଣ, ୮ ମୃତ

ବଂଚିବାକୁ ଉପର ମହଲା ଛାତରୁ ଡେଇଁଲେ ଛାତ୍ର

ମସ୍କୋ: ରୁଷିଆର ଏକ ମେଡିକାଲ ବିଶ୍ୱବିଦ୍ୟାଳୟରେ ଜଣେ ବନ୍ଧୁକଧାରୀ ଦ୍ୱାରା ଆକ୍ରମଣ ହୋଇଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ନିହତଙ୍କ ମଧ୍ୟରେ କିଛି ଛାତ୍ର ରହିଥିବା କୁହାଯାଉଛି। ଏଥିରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ରୁଷର ଉତ୍ତର ଭାଗରେ ଥିବା ଏହି ମେଡିକାଲ ବିଶ୍ୱବିଦ୍ୟାଳୟରେ ସୋମବାର ପୂର୍ବାହ୍ନରେ ଜଣେ ବନ୍ଧୁକଧାରୀ ପ୍ରବେଶକରି ଆଖିବୁଜା ଗୁଳି ଚଳାଇଥିଲା। ଇଟାର ଟାସ୍‍ ଖବର ସରବରାହ ସଂସ୍ଥା ସୂତ୍ରରୁ କୁହାଯାଇଛି ଯେ ବ୍ୟକ୍ତି ବିଶ୍ୱବିଦ୍ୟାଳୟରେ ଗୁଳି ଚଳାଇବା ପରେ ଭୟଭୀତ ଛାତ୍ର ଓ ଅଧ୍ୟାପକମାନେ ଜୀବନ ଭୟରେ ବିଶ୍ୱବିଦ୍ୟାଳୟ କୋଠାର ପ୍ରଥମ ମହଲାରୁ ତଳକୁ ଡେଇଁବା ଆରମ୍ଭ କରିଦେଇଥିଲେ। ତେବେ ସୁରକ୍ଷା କର୍ମଚାରୀମାନେ ତୁରନ୍ତ ବିଶ୍ୱବିଦ୍ୟାଳୟକୁ ଘେରାଉ କରିନେବା ସହିତ ଅଜ୍ଞାତ ବନ୍ଧୁକଧାରୀକୁ ଗିରଫ କରିବାରେ ସଫଳ ହୋଇଥିଲେ। ବନ୍ଧୁକଧାରୀ ଆତତାୟୀ ଜଣେ ଛାତ୍ର ବୋଲି କୁହାଯାଉଛି।

Comments are closed.