ରାଜ୍ୟରେ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୮୧କୁ ବୃଦ୍ଧିପାଇଛି। ସୁନ୍ଦରଗଡରୁ ସର୍ବାଧକ ୨ ଜଣଙ୍କର ପ୍ରାଣହାନି ଘଟିଛି। ଏଥିସହିତ ବାଲେଶ୍ୱର, ବରଗଡ, ଭଦ୍ରକ, ବଲାଙ୍ଗିର, କଟକ ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାର ସରକାରୀ ହସପିଟାଲ ଗୁଡିକରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା ସହିତ ଶଯ୍ୟା ସଂଖ୍ୟା ବୃଦ୍ଧି କରିଥିବାବେଳେ ଘରୋଇ ହସପିଟାଲଗୁଡିକରେ ୫୦% ଶଯ୍ୟା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ରଖିବାକୁ ସ୍ଥିର କରିଛନ୍ତି। ତାହାସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ନିମନ୍ତେ ବର୍ତ୍ତମାନ ପରିସ୍ଥିତିରେ ମେଡିକାଲ ଶଯ୍ୟା, ଅକ୍ସିଜେନ, ଭେଣ୍ଟିଲେଟର ଆଦିରେ ଅଭାବ ନଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Comments are closed.