କେନ୍ଦ୍ରାପଡାରେ ୮କରୋନା ସନ୍ଦିଗ୍ଧ ଚିହ୍ନଟ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ୮ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପଟ୍ଟାମୁଣ୍ଡାରେ ୩ଜଣ, ଇନ୍ଦୁପୁରରେ ୨ଜଣ, ରାଜନଗରରେ ୨ ଜଣ ଓ ରାଜକନିକାରେ ଜଣେ ସନ୍ଦିଗ୍ଧ ଚିହ୍ନଟ କରାଯାଇଛି। ଏମାନେ ଦୁବାଇ, କାତାର, ଓମାନ, କୁଏତ ଏବଂ କାମ୍ବୋଡିଆରେ ପାଣି ପାଇପ ମିସ୍ତ୍ରୀଭାବେ କାମ କରୁଥିଲେ। ଗତ କିଛି ଦିନ ତଳେ ଏମାନେ ଘରକୁ ଫେରିଛନ୍ତି। ଏମାନଙ୍କ ନିକଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଦଳ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡିଛି। କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Comments are closed.