ମୋହନାରେ ୮ କରୋନା ପଜିଟିଭ୍‍ ଚିହ୍ନଟ

ମୋହନା : ଗଜପତି ଜିଲ୍ଲା ମୋହନାରେ ପୁଣି କରୋନାର କାୟା ବିସ୍ତାର ଆରମ୍ଭ ହୋଇଛି । ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କରୋନା ପରୀକ୍ଷା କରାଯାଇ ସ୍କୁଲକୁ ପ୍ରବେଶ ରହିଛି । ଏଣୁ ଦୁଇଦିନ ଧରି ଶିକ୍ଷକମାନଙ୍କ ପରୀକ୍ଷା ବ୍ଳକର ବିଭିନ୍ନ ସ୍ଥାନରେ କରାଯାଇଥିଲା । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସରକାରୀ ହାଇସ୍କୁଲ ଓ ରନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ମୋହନାରେ ୭ ଗୋଟି, ଚ଼ନ୍ଦ୍ରଗିରି ସିଏଚସିରେ ଜଣେ କରୋନା ରୋଗୀ ଚି଼ହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି ।

Comments are closed.