ଜଡ଼ା ଫଳ ଖାଇ ଅଙ୍ଗନୱାଡ଼ି କେନ୍ଦ୍ରର ୮ ଶିଶୁ ଅସୁସ୍ଥ

ମାଲକାନଗିରି: ମାଲକାନଗିରି ଜିଲା ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ମୁନୁଷକୋଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ବୁଧବାର ଏକ ଅଘଟଣ ଘଟିଛି। ଜଡ଼ା ଫଳ ଖାଇ କେନ୍ଦ୍ରର ୮ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି।
ଶିଶୁମାନେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇଥିବାବେଳେ ଏହି ଘଟଣା ଘଟିଛି। ପିଲାମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାଙ୍କ ଅବହେଳା ଯୋଗୁ ଏଭଳି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।