ନନ୍ଦନକାନନରେ ଆନାକୋଣ୍ଡା

ଭୁବନେଶ୍ବର: ନନ୍ଦନକାନନରେ ଏଣିକି ପର୍ୟ୍ୟଟକ ଦେଖିବେ ଆନାକୋଣ୍ଡା। ମଙ୍ଗଳବାର ନନ୍ଦନକାନକୁ ମାଡ୍ରାସ କ୍ରେକୋଡାଇଲ୍ ବ୍ୟାଙ୍କରୁ ୮ଟି ଆନାକୋଣ୍ଡା ଅଣାଯାଇଛି। ଏହି ୮ଟି ଆନାକୋଣ୍ଡା ହଳଦିଆ ରଙ୍ଗର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୪ଟି ଅଣ୍ଡିରା ଓ ୪ଟି ମାଇ ଆନାକୋଣ୍ଡା ସାପ ରହିଛି। ମାଡ୍ରାସ କ୍ରୋକୋଡାଇଲ୍ ବ୍ୟଙ୍କରୁ ଆନାକୋଣ୍ଡା ସହ ୩ ନାଇଲ କୁମ୍ଭୀର ମଧ୍ୟ ନନ୍ଦନକାନନ ପ୍ରାଣିଉଦ୍ୟାନକୁ ଅଣାଯାଇଛି। ଏହି ଦୁଇ ପ୍ରଜାତୀ ସରିସୃପ ନନ୍ଦନକାନକୁ ଆସିବାପରେ ନନ୍ଦନକାନନରେ ଜୀବପ୍ରଜାତି ସଂଖ୍ୟା ୧୫୮ରେ ପହଞ୍ଚିଛି।

Comments are closed.