ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମକାରୀକୁ ଅତିରିକ୍ତ ଜିଲା ଓ ଦୌରାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି କେନ୍ଦୁଝର ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ହରିଚନ୍ଦନପୁର ଥାନା ଅଧୀନ ଗରଗଡିବାହାଳ ଗ୍ରାମର ଜନୈକା ୮ବର୍ଷର ନାବାଳିକା ୪ ନଭେମ୍ବର ୨୦୧୩ ଅପରାହ୍ଣରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପଡୋଶୀ ଜଗଦୀଶ ମୁଣ୍ଡା ଟେକି ନେଇ ଦୁଷ୍କର୍ମ କରିଥିବା ସ୍ଥାନୀୟ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଜଗଦୀଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୋଟ ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି କେନ୍ଦୁଝର ଲୋକନାଥ ସାହୁ ଶୁକ୍ରବାର ଅଭିଯୁକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଜେଲ ଓ ୧୦ହଜାର ଟଙ୍କା ଜୋରିମାନା ଆଦେଶ କରିଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡାଦେଶ କରିଛନ୍ତି। ଏହି ମାମଲାରେ ପୀଡିତାଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ମଧ୍ୟ ବିଚାରପତି ଆଦେଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍‍ ପ୍ରୋସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Comments are closed.