ପଶ୍ଚିମବଙ୍ଗରେ ୭ମ ପର୍ଯ୍ୟାୟ ମତଦାନ ଜାରି

କଳକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୭ମ ପର୍ଯ୍ୟାୟ ଭୋଟଗ୍ରହଣ ସୋମବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୩୪ ଆସନ ପାଇଁ ମତଦାନ ଚାଲିଛି। ଏଥିରେ ୮୬ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବା ସହିତ ୨୮୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଅନ୍ୟପଟେ ପ୍ରତିଥର ଭୋଟଗ୍ରହଣ ସମୟରେ ରାଜ୍ୟରେ ହିଂସା ଘଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତଦାତାମାନଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବା ସହିତ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି। ତେବେ ପୂର୍ବାହ୍ନ ସା​‌ଢ଼େ ୯ଟା ସୁଦ୍ଧା ୧୭.୪୭ ପ୍ରତିଶତ ମତଦାନ ହୋଇଛି। ସେପଟେ ଟିଏମସି ସାଂସଦ ନୁସରତ ଜାହାଁ ଏବଂ ଅଭିଷେକ ବାନାର୍ଜୀ ନିଜ ନିଜ ଅଞ୍ଚଳରେ ବୁଥକୁ ଯାଇ ଭୋଟ ଦେଇଥିବା ଦେଖିବାକୁ ମିଳିଛି।

Comments are closed.