ଜାମ୍ମୁ କାଶ୍ମୀର ଓ ଲଦାଖକୁ କେନ୍ଦ୍ରର ଦୀପାବଳି ଭେଟି – ଅକ୍ଟୋବର ୩୧ରୁ ଲାଗୁହେବ ୭ମ ବେତନ କମିଶନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଓ ଲଦାଖର ସରକାରୀ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ କମିଶନ ଭତ୍ତା ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଆସନ୍ତା ୩୧ ତାରିଖରୁ ୨ଟିଯାକ କେନ୍ଦ୍ର ଶାସିତ ଅଞ୍ଚଳ ଏହା କାର୍ଯ୍ୟକ୍ଷମ ହେବ। ଅଗଷ୍ଟ ୫ ତାରିଖରେ ୩୭୦ ଧାରା ଉଚ୍ଛେଦ କରାଯାଇ ରାଜ୍ୟକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ସପ୍ତମ ବେତନ କମିଶନଙ୍କ ଭତ୍ତା ଲାଗୁ କରାଯିବା ଦ୍ୱାରା ସେହି ଅଞ୍ଚଳର ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ଏହି ନିଷ୍ପତ୍ତି ପରେ କର୍ମଚାରୀମାନଙ୍କ ପିଲାମାନଙ୍କର ଶିକ୍ଷା ବାବଦ ଭତ୍ତା, ଛାତ୍ରାବାସ ଭତ୍ତା, ଗସ୍ତ ଭତ୍ତା, ଏଲ୍‍.ଟି.ସି. ଓ ଚିକିତ୍ସା ଭତ୍ତା ଆଦି ବାବଦରେ ବର୍ଷକୁ ୪ହଜାର ୮ଶହ କୋଟି ଟଙ୍କା ସରକାରଙ୍କୁ ବହନ କରିବାକୁ ପଡିବ।

Comments are closed.