ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ୭ମ ଭାରତୀୟ କରୋନା ଭୁତାଣୁ ସଂକ୍ରମିତ

ସମାଜ ପୋର୍ଟାଲ ଡେସ୍କ: ଜାପାନରେ ଅଟକି ଥିବା ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ଆଉ ଜଣେ ଭାରତୀୟ କରୋନା ଭୁତାଣୁର ସଂକ୍ରମିତ ହୋଇଥିବା ରକ୍ତ ନମୁନା ପରୀକ୍ଷାରୁ ଜଣାପଡିଛି। ଏହାକୁ ମିଶାଇ ସେହି ଜାହାଜରେ ଥିବା ୭ ଭାରତୀୟ କରୋନା ସଂକ୍ରମିତ ହୋଇଛନ୍ତି। ଟୋକିଓ ସ୍ଥିତ ଭାରତୀୟ ଦୂତାବାସ ଏ ନେଇ ଜାରି କରିଥିବା ସୂଚନାରେ କହିଛି ଯେ ସମସ୍ତ ଆକ୍ରାନ୍ତଙ୍କୁ ଜାପାନର ଏକ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବା ଦୂତାବାସ କହିଛି।

ସେହି ଜାହାଜରେ ଯାତ୍ରା କରୁଥିବା ୩ ହଜାର ୭୧୧ଜଣଙ୍କ ମଧ୍ୟରେ ୧୩୨ ଜଣ କର୍ମଚାରୀଙ୍କ ସମେତ ୬ ଜଣ ଭାରତୀୟ ଯାତ୍ରୀ ରହିଛନ୍ତି। ଚଳିତ ମାସ ୫ ତାରିଖରୁ ଡାଇମଣ୍ଡ ପ୍ରିନସେସ ଜାହାଜ ଜାପାନରେ ରହିଛି।

Comments are closed.