ରାଜ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ୭ମ ବେତନ ଆୟୋଗ ଲାଗୁ

0

ନୂଆଦିଲ୍ଲୀ : ରାଜ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ୭ମ ବେତନ ଆୟୋଗ ଲାଗୁ କରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମଙ୍ଗଳବାର ଅନୁମୋଦନ କରିଛି। ଏହି ଅନୁମୋଦନ ଦ୍ବାରା କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୧୨୪୧.୭୮ କୋଟି ଟଙ୍କା ବହନ କରିବାକୁ ପଡିବ। କେନ୍ଦ୍ର ସରକାର ତାଙ୍କର ସେୟାର ବାବଦକୁ ୫୦ ପ୍ରତିଶତ ଅର୍ଥ ବହନ କରିବାକୁ ଥିବାବେଳେ ରାଜ୍ୟ ସରକାର ଅବଶିଷ୍ଟ ୫୦% ବହନ କରିବେ। ମନ୍ତ୍ରୀ ପ୍ରକାଶ ଜାବଡେକର କରିଛନ୍ତି ଯେ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ବୈଷୟିକ ଅନୁଷ୍ଠାନର ୨୯, ୨୬୪ ଓ ଏଆଇସିଟିଇ ଅନୁବନ୍ଧିତ ଅନୁଷ୍ଠାନର ୩.୫ ଲକ୍ଷ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ।

Leave A Reply