ଉହାନରୁ ଫେରିଲେ ୭୬ ଭାରତୀୟ ଓ ୩୬ ବିଦେଶୀ ନାଗରିକ

ଭାରତ : କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତି ସ୍ଥଳ ଚୀନର ଉହାନରୁ ଭାରତୀୟ ବିମାନ ବାହିନୀର ଏକ ବିମାନରେ ୭୬ ଜଣ ଭାରତୀୟ ନାଗରିକ ଓ ୩୬ ଜଣ ବିଦେଶୀ ନାଗରିକଙ୍କୁ ଅଣାଯାଇଛି। ସେହି ଲୋକମାନେ ବାଂଲାଦେଶ, ମ୍ୟାଁମାର,ମାଳଦୀପ, ଦକ୍ଷିଣ ଆଫ୍ରିକା, ଆମେରିକା ଓ ମାଡାଗାସ୍କର ଆଦି ଦେଶର। ବୈଦେଶିକମନ୍ତ୍ରୀ ଏସ୍‍. ଜୟଶଙ୍କର ସେହି ଲୋକମାନଙ୍କୁ ଆଣିବାରେ ଚୀନ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ
ଜଣାଇଛନ୍ତି।

ଉହାନରୁ ଭାରତୀୟ ନାଗରିକମାନଙ୍କୁ ଆଣିବା ପାଇଁ ଗୁରୁବାର ବିମାନ ବାହିନୀର ଏକ ବିମାନକୁ ପଠାଯାଇଥିଲା। ସେହି ବିମାନରେ ଔଷଧପତ୍ର ଓ ଡାକ୍ତରୀ ସରଞ୍ଜାମ ମଧ୍ୟ ସେଠାକୁ ପଠାଯାଇଥିଲା।

Comments
Loading...