ନୂଆ ବର୍ଷରୁ ଚଳଚଞ୍ଚଳ ହେବ ସରକାରୀ ଦପ୍ତର; ୭୫% କର୍ମଚାରୀଙ୍କୁ ନେଇ ଚାଲିବ କାର୍ଯ୍ୟାଳୟ

ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଆଗମନ କଟକଣା ଆସନ୍ତା ନୂଆବର୍ଷରୁ ସାମାନ୍ୟ କୋହଳ ହେବ । ପୂର୍ବରୁ ୫୦% ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ଅନୁମତି ମିଳୁଥିବାବେଳେ ଜାନୁଆରୀ ୧ ତାରିଖରୁ ତାହାକୁ ୭୫%କୁ ବୃଦ୍ଧି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ୭୫% କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଚାଲିବ ବୋଲି କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ କିଛିଟା ହ୍ରାସ ପାଇଥିବାରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

ଏହି ବିଜ୍ଞପ୍ତି ଅନୁସାରେ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ, ମୁଖ୍ୟଦପ୍ତର ଓ ଏହା ଅଧୀନସ୍ଥ କାର୍ଯ୍ୟାଳୟରେ ୭୫% କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ । ଏହା ସହ ସରକାରୀ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହେବ ସେ ସମ୍ପର୍କରେ ଦପ୍ତରର ମୁଖ୍ୟ ପଦକ୍ଷେପ ନେବେ । ଏହାବ୍ୟତୀତ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକ ଶନିବାର ବନ୍ଦ ରହିବ । ତେବେ ଜରୁରୀ କାର୍ଯ୍ୟ ସହ ଜଡ଼ିତ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ ।  କିନ୍ତୁ କେଉଁ କର୍ମଚାରୀ ଓ ଅଫିସର ଅଫିସ ଆସିବେ ତାହା ମୁଖ୍ୟ ନିଷ୍ପତ୍ତି ନେବେ । ଏହାବ୍ୟତୀତ  ଏସଆରସି, ଓସଡମା, ଫାୟାର, ସ୍ଵାସ୍ଥ୍ୟବିଭାଗ ଏବଂ ବିଏମସି ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ସମସ୍ତେ ଅଫିସ ଆସିବେ ବୋଲି କୁହାଯାଇଛି ।

Comments are closed.