୧୬୭୯୭ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ କରୋନା ରୋଗୀଙ୍କ ପାଇଁ ୭,୫୮,୫୫୫ ଶଯ୍ୟା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ହୁ ହୁ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ କ୍ବାରେଣ୍ଟାଇନ୍‌ ସେଣ୍ଟର ସାଙ୍ଗକୁ ସ୍ଥାନୀୟ ଲୋକ କରୋନା ସଂକ୍ରମିତ ହେଉଥିବାରୁ ଚିନ୍ତା ବଢ଼ିଯାଇଛି। ତେଣୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ୧୧ଟି ଜିଲାରେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢୁଛି। ତେବେ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନେଇଛନ୍ତି। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ଲକ୍ଷ୍ୟ ନେଇ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬,୭୯୭ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୭,୫୮,୫୫୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୬୯,୦୧୦ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୬୦୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୪୮୧ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୮ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୧୧୭ ରହିଛି। ୧୪୨୮ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି ବୋଲି ସୂଚନା ଓ ​‌େ​‌ଲାକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.