ସମୁଦ୍ରରୁ ମିଳିଲା ୭୫୦କିଲୋର ମାଛ

ସୁବାସ ସଇଲାନ୍‌ ନାମକ କର୍ଣ୍ଣାଟକର ଜଣେ ଧୀବର ମାଙ୍ଗାଲୋରର ମାଲ୍‌ପେ ବନ୍ଦର ନିକଟ ଗଭୀର ସମୁଦ୍ରରୁ ଦୁଇଟି ବିରାଟକାୟ ମାଛ ଉଦ୍ଧାର କରିଛନ୍ତି। ଏହି ମାଛକୁ ‘ମାନ୍ତା ରେ’ ବୋଲି କୁହାଯାଉଛି। ଗୋଟିଏ ମାଛର ଓଜନ ୭୫୦ କିଲୋ ହୋଇଥିବାବେଳେ ଅନ୍ୟଟି ୨୫୦ କିଲୋ। ଏହି ମାଛକୁ ଟ୍ରକ୍‌କୁ ଉଠାଇବା ପାଇଁ କ୍ରେନ୍‌ର ଆବଶ୍ୟକତା ପଡ଼ିଥିଲା। ମାନ୍ତା ରେ ମୋବୁଲା ପ୍ରଜାତିର ଏକ ମାଛ। ଏଗୁଡ଼ିକ ଦେଖିବାକୁ ଭୟଙ୍କର ହୋଇଥିଲେ ମଧ୍ୟ ମାରାତ୍ମକ ନୁହନ୍ତି। ଉଷ୍ମ ଅଞ୍ଚଳରେ ଦେଖାଯାଉଥିବା ଏହି ମାଛର ସଂରକ୍ଷଣ ପାଇଁ ପ୍ରଯତ୍ନ କରାଯାଉଛି।

Comments are closed.