ଦେଶରେ ୭୪୯୫ ନୂଆ କୋଭିଡ ଆକ୍ରାନ୍ତ; ୪୩୪ ମୃତ

ନୂଆଦିଲ୍ଲୀ: ଦେଶରେ ୭୪୯୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୬୯୬୦ ଜଣ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ୪୩୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୭୮,୭୫୯କୁ ବୃଦ୍ଧିପାଇଛି । ଏଥିସହିତ ଦେଶରେ ଆରୋଗ୍ୟ ହାର ୯୮.୪୦% ରହିଛି । ସେହିଭଳି ଦୈନିକ ସଂକ୍ରମଣ ୦.୬୨% ଓ ସାପ୍ତାହିକ ସଂକ୍ରମଣ ହାର ୦.୫୯% ରହିଥିବା ଜଣାଯାଇଛି । କୋଭିଡରୁ ମୋଟ ୩,୪୨,୦୮,୯୨୬ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୭୮,୨୯୧ ଜଣ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି । ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୬୬.୮୬ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ମଧ୍ୟରେ ୧୩୯.୭୦ କୋଟି ପାନ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ।

Comments are closed.