ଦେଶରେ ୭୪୪୭ ନୂଆ କରୋନା ରୋଗୀ, ୩୯୧ ମୃତ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୪୪୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୯୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୭୮୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କରୋନାରୁ ଆରୋଗ୍ୟ ହାର ୯୮.୩୮% ରହିଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ । ଏଥିସହିତ ଦୈନିକ ସଂକ୍ରମଣ ୦.୫୯% ଓ ସାପ୍ତାହିକ ହାର ୦.୬୩% ରହିଛି । ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୬୬.୧୫ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ୧୩୫.୯୯ କୋଟି ପାନ କୋଭିଡ ଟିକା ଦିଆଯାଇଛି । କରୋନାରୁ ମୋଟ ୩,୪୧,୬୨,୭୬୫ ଜଣ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୮୬,୪୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Comments are closed.