ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ; ଆରୋଗ୍ୟଙ୍କ ସଂଖ୍ୟା ୩୦୪୭କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦୪୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବୁଧବାର କନ୍ଧମାଳରୁ ୧୪, କେନ୍ଦୁଝରରୁ ୧୧ ଓ ଖୋର୍ଦ୍ଧାରୁ ୧୦ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଭଦ୍ରକରୁ ୯, ଯାଜପୁରରୁ ୭, ମୟୂରଭଞ୍ଜରୁ ୬, ଗଞ୍ଜାମରୁ ୪, କଟକରୁ ୩ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ବାଲେଶ୍ବର, ଜଗତସିଂହପୁର, ଝାରସୁଗୁଡା ଏବଂ କଳାହାଣ୍ଡିରୁ ୨ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି। ବଲାଙ୍ଗୀରରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୦୪୭କୁ ବୃଦ୍ଧି ପାଇଛି।

Comments
Loading...