ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: ପ୍ରଥମ ଦିନରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା

ବରଗଡ଼: ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ୭୨ତମ ଧନୁଯାତ୍ରାର ଶୁଭାରମ୍ଭ ଉପଲକ୍ଷେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଛି।

ବରଗଡ଼ କଲ୍ୟାଣ ମଣ୍ଡପରୁ ଏହି ଶୋଭାଯାତ୍ରା ବାହାରି ମା’ ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।

ସେଠାରେ ମହାରାଜା ଉଗ୍ରସେନ ମା’ଙ୍କ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ସହ ରାଜ ଦରବାର ଅଭିମୁଖେ ବାହାରିଛନ୍ତି।

ସୂଚନା ଅନୁସାରେ, ଆଜି ରାଜା ଉଗ୍ରସେନଙ୍କ ନିର୍ଦେଶରେ ଦେବକୀ ଓ ବସୁଦେବ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଏବଂ ଦେବକୀ ଓ ବସୁଦେବଙ୍କୁ କାରାଗୃହ ପ୍ରେରଣ ଆଦି ପ୍ରଦର୍ଶନ କରାଯିବ। ଧନୁ ଯାତ୍ରା ୧୧ ଦିନ ବ୍ୟାପୀ ଚାଲିବ।

Comments are closed.