ଗାନ୍ଧିଜୀଙ୍କୁ ସ୍ମରଣ କଲେ ଉତ୍କଳ ମହିଳା ସମିତି ସଦସ୍ୟ

କଟକ: କଟକ ବଜ୍ରକବାଟି ରୋଡ଼ ସ୍ଥିତ ଉତ୍କଳ ମହିଳା ସମିତିର ସଦସ୍ୟମାନେ ଯାତ୍ରା ଜଣକ ମହାତ୍ମା ଗାନ୍ଧୀଙ୍କ ୭୨ତମ ମହାପ୍ରୟାଣ ଦିବସ ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରିଛନ୍ତି। ଏଥିରେ ଅନୁଷ୍ଠାନର ସମସ୍ତ ସଭ୍ୟା ଗାନ୍ଧିଜୀଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ…’ ଗାନ କରିଥିଲେ। ପରେ ଅନୁଷ୍ଠାନର ସଭାନେତ୍ରୀ ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ସମିତି ସମ୍ପାଦିକା ସରୋଜ ନଳିନୀ ଲେଙ୍କା, କବିତା ଦାସ, ସୀତା ଦେବୀ, ମମତା ମହାପାତ୍ର, ଇନ୍ଦିରା ଅରୋରା, କିରଣବାଳା ମହାନ୍ତି ଓ ସନ୍ଧ୍ୟାରାଣୀ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.