ମୁକ୍ତିଲାଭ କଲା ‘୭୨-ଆୱାରସ’ର ଟିଜର

0

ମୁମ୍ବଇ: ଦେଶାତ୍ମ ବୋଧକ ହିନ୍ଦୀ ଚଳଚ୍ଚିତ୍ର ୭୨-ଆୱାରସର ଟିଜର ସୋମବାର ମୁକ୍ତିଲାଭ କରିଛି। ୧୯୬୨ମସିହା ଭାରତ-ଚୀନ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନ ଯଶୱନ୍ତ ସିଂହ ରାୱତଙ୍କ ଉପରେ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛିି। ଏହା ପୂର୍ବରୁ ୧୯୬୨ମସିହାର ଭାରତ-ଚୀନ ଯୁଦ୍ଧ ଉପରେ ଚେତନ ଭଗତଙ୍କ ହକିକତ, ଜେ ପି ଦତ୍ତାଙ୍କ ପଲଟନ ଏବଂ କବିର ଖାନଙ୍କ ଟ୍ୟୁବଲାଇଟ ଭଳି ଚଳଚ୍ଚିତ୍ର ମୁକ୍ତିଲାଭ କରି ସାରିଛି। ମାତ୍ର ୭୨-ଆୱାରସ ଚଳଚ୍ଚିତ୍ର ଭାରତ-ଚୀନ ଯୁଦ୍ଧରେ ୭୨ଘଣ୍ଟା ନିଜ ଦମରେ ଏକାକୀ ଯୁଦ୍ଧ କରିଥିବା ସହିଦ ବୀରଯବାନ ଯଶୱନ୍ତ ସିଂହ ରାୱତଙ୍କ ଉପରେ ପର୍ଯ୍ୟବସିତ। ସହିଦ ଯବାନ ଜଣଙ୍କ ଏକାକୀ କିଭଳି ଚୀନର ସନ୍ୟାମାନଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଥିଲେ ତାହା ଏହି ସିନେମାରେ ଦେଖିବାକୁ ମିଳିବ। ଯଶୱନ୍ତଙ୍କ ମୃତ୍ୟୁ ପରେ ଭାରତୀୟ ସେନା ତରଫରୁ ତାଙ୍କୁ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅଭିନାଶ ଧ୍ୱାନୀଙ୍କ ଦ୍ୱାରା ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର। ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ମଧ୍ୟ ନଜର ଆସିବେ। ଏଥିରେ ଅନ୍ୟ ଭୂମିକାରେ ନଜର ଆସିବେ ମୁକେଶ ତିୱାରୀ, ଶିଶିର ଶର୍ମା, ବୀରେନ୍ଦ୍ର ସକ୍ସେନାଙ୍କ ଭଳି କଳାକାର।

Leave A Reply