ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟରେ ପାଳିତ ହେଲା ୭୨ତମ ଗଣତନ୍ତ୍ର ଦିବସ

ଭୁବନେଶ୍ବର: ଆଜି ସାରା ଦେଶ ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ‘ସମାଜ’ର ଭୁବନେଶ୍ବର ଶାଖା କାର୍ଯ୍ୟାଳୟରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ‘ସମାଜ’ର ପୂର୍ବତନ ମୁଖ୍ୟ ପରିଚାଳକ ସୁରେଶଚନ୍ଦ୍ର ମନ୍ତ୍ରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।


‘ସମାଜ’ର ବିଜ୍ଞାପନ ପରିଚାଳକ ସଞ୍ଜୟ କୁମାର ମିଶ୍ର ଓ ଭୁବନେଶ୍ବର ବ୍ରାଞ୍ଚ ଇନଚାର୍ଜ ଭରତ କୁମାର ଦାସ  ୭୨ତମ ଗଣତନ୍ତ୍ର ଦିବସ ପାଳନ ଉତ୍ସବରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟର କର୍ମଚାରୀ ତାପସ କୁମାର ପତି, ଯୋଗେଶ୍ବର ବିଶ୍ବାଳ, ରବୀନ୍ଦ୍ର ମହାରଣା, ମନୋଜ କୁମାର ମହାପାତ୍ର, ଜନ୍ମେଜୟ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କୁନି କୁନି ଛୋଟପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Comments are closed.