ଅବକାରୀ ବିଭାଗ ଚଢାଉ, ୭୧୦ଲିଟର ଦେଶୀମଦ ଜବତ

ବଡ଼ମ୍ବା: କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବେଲିଆପାଳ ଗ୍ରମାର ଦୁଇଟିସ୍ଥାନରେ ବେଆଇନଭାବେ ଗଛିତଥିବା ୭୧୦ଲିଟର ଦେଶୀ ମଦ ଅବକାରୀ ବିଭାଗ ଚଢାଉ କରି ଜବତ କରିଛି। ଘଟଣାସ୍ଥଳରୁ ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଏହି କାରବାରରେ ନିୟୋଜିତ ଦୁଇଟି ମାରୁତି କାରକୁ ମଧ୍ୟ ଜବତ କରିଥିବା ଜଣାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଜିଲା ତଥା ଆଠଗଡ଼ ଉପଖଣ୍ଡର ଅବକାରୀ ସ୍କ୍ୱାଡ ମିଳିତଭାବେ ମଙ୍ଗଳବାର ସକାଳୁ ଏହି ଚଢାଉ କରିଥିଲେ।

ଜିଲା ଅବକାରୀ ଉପଅଧିକ୍ଷକ ଦେବାଶୀଷ ପଟେଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ଚଢାଉରେ ଆଠଗଡ଼ ଅବକାରୀ ନିରୀକ୍ଷକ ପ୍ରଭାସ ଚୌଧୁରୀ, ଅବକାରୀ ସ୍କ୍ୱାଡ ନିିରୀକ୍ଷକ ସଞ୍ଜିତ ବାର୍ଲା, ଉପନିରୀକ୍ଷକ ବିଜୟକୁମାର ଭଞ୍ଜ, ବେଣୁଧର ସାମଲ, ଟି.ଲାକ୍ରା ପ୍ରମୁଖ ବିଭାଗୀୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଘଟଣାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଯଦିଓ ଏହି ଚଢ଼ାଉରେ ବିଭାଗକୁ ଏକ ବଡ଼ଧରଣର ସଫଳତା ମିଳିପାରିଛି, ତେବେ ଦୀର୍ଘଦିନରୁ ଏହି ବେଆଇନ ବ୍ୟବସାୟରେ ଲିପ୍ତ ଅଭିଯୁକ୍ତମାନେ ଖସିପଳାଇବାକୁ ସକ୍ଷମ ହୋଇଥିବା ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶପାଇଛି।

Comments are closed.