ଲୁଚାଛପାରେ ବାଣ ବିକ୍ରି, ୬୦ ହଜାର ଟଙ୍କାର ବାଣ ଜବତ

ବଲାଙ୍ଗିର: କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ଶୀତ ଦିନରେ ସଂକ୍ରମଣ ଅଧିକ ବ୍ୟାପିବା ସମ୍ଭାବନା ଥିବାରୁ ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ଦୀପାବଳି ନିମନ୍ତେ ବାଣ ବିକ୍ରି ନିଷେଧ କରାଯାଇଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଓ ଦୋକାନୀ ଲୁଚାଛପାରେ ବାଣ ବିକ୍ରି କରୁଥିବା ଜଣାପଡିଛି।

ବଲାଙ୍ଗୀର ଜିଲ୍ଲାରେ କରୋନା ପାଇଁ ବାଣ ବିକ୍ରି ନକରିବା ପାଇଁ ବାରଣ କରାଯାଇଥିବା ବେଳେ ବଲାଙ୍ଗିର ଟାଉନ ଥାନା ପୁଲିସ ଶୁକ୍ରବାର ରାତିରେ ବ୍ରାହ୍ମଣ ପଡାର ଅରୁଣ ରାଉତ ବାଣ ଲୁଚାଛପାରେ ବିକ୍ରି କରୁଥିବା ସୂଚନା ପାଇ ଚଢଉ କରିଥିଲେ। ତାଙ୍କ ଘରୁ ୬୦ ହଜାର ଟଙ୍କାର ବାଣ ଜବତ କରାଯାଇଛି। ଶନିବାର ଗିରଫ ଅରୁଣଙ୍କୁ କୋର୍ଟ ଚାଲାଣ କରାଯିବ।

Comments are closed.