ବାହୁଡ଼ା ଯାତ୍ରା ପାଇଁ ମୁତୟନ ହେବେ ୭୦ ପ୍ଲାଟୁନ ପୁଲିସ

ପୁରୀ: ବୁଧବାର ବାହୁଡ଼ା ଯାତ୍ରା। ମାଉସୀ ଘରୁ ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମାପନ କରିବା ଲାଗି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାହୁଡ଼ା ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀରେ ୭୦ ପ୍ଲାଟୁନ ପୁଲିସ ମୁତୟନ ହେବେ ବୋଲି ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ୭୦ ପ୍ଲାଟୁନ ପୁଲିସ କର୍ମଚାରୀଙ୍କ ସହିତ ୪୦୦ ଅଧିକାରୀ ବାହୁଡ଼ା ଯାତ୍ରାରେ ନିୟୋଜିତ ହେବେ। ରଥକୁ କେବଳ ସେବାୟତମାନେ ଟାଣିବେ। ଯେଉଁ ସେବାୟତମାନଙ୍କ କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବ ସେମାନଙ୍କୁ ହିଁ ରଥ ଟାଣିବାକୁ ଅନୁମତି ଦିଆଯିବ। ବାହୁଡ଼ା ଯାତ୍ରା ସମୟରେ ବଡ଼ଦାଣ୍ଡକୁ କେହି ନ ଆସିବାକୁ ଏବଂ ବାହାରକୁ ନ ବାହାରିବାକୁ ଏଡିଜି କହିଛନ୍ତି।

Comments are closed.