୯ କରୋନା ଆକ୍ରାନ୍ତ ଚିହ୍ନଟ ପରେ କ୍ବାରେଣ୍ଟାଇନରେ ବୁର୍ଲାର ୭୦ ଡାକ୍ତର

ସମ୍ବଲପୁର : ଗୋଟିଏ ଦିନରେ ବୁର୍ଲା ଭୀମସାରର ୯ ଜଣ ଡାକ୍ତର କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହା ଫଳରେ ଆଜିଠୁ ବୁର୍ଲାର ୭୦ ଜଣ ଡାକ୍ତରଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ନିର୍ଦ୍ଦେଶକ ଲଳିତ କୁମାର ମେହେର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ବୁର୍ଲା ଭୀମସାରରେ କାର୍ଯ୍ୟରତ ୯ ଜଣ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହ ଫଳରେ ସଂକ୍ରମଣ ରୋକିବାକୁ ମେଡିକାଲ ନିର୍ଦ୍ଦେଶକ ଲଳିତ କୁମାର ମେହେର ପଜିଟିଭ୍ ଚିହ୍ନଟ ୯ ଜଣ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୭୦ ଜଣ ଅନ୍ୟ ଡାକ୍ତରଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦେଇଛନ୍ତି ।
କ୍ବାରେଣ୍ଟାଇନରେ ରହିବାକୁ ଯାଉଥିବା ୭୦ ଡାକ୍ତର ମଧ୍ୟରେ ୩୮ ଜଣ ମେଡିସିନ ୱାର୍ଡର ରହିଛନ୍ତି । ଅନ୍ୟମାନେ ବିଭିନ୍ନ ବିଭାଗର ଅଛନ୍ତି। ଏହାସହ ଆଜିଠାରୁ ଚଳିତ ମାସର ୧୨ ତାରିଖ ପର୍ଯ୍ୟନ୍ତ ମେଡିସିନ ଓପିଡି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।ଏହି ସମୟରେ ବୁର୍ଲା ମେଡିକାଲକୁ ଆସୁଥିବା ରୋଗୀଙ୍କ ପାଇଁ ଟେଲି ମେଡିସିନ ସେବା ଉପଲବ୍ଧ ହେବ ବୋଲି ଭୀମସାରର ନିର୍ଦ୍ଦେଶକ ଲଳିତ କୁମାର ମେହେର କହିଛନ୍ତି ।