ଦିଲ୍ଲୀ: ହସ୍ପିଟାଲର ୭ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୂତାଣୁ ଦିନକୁ ଦିନ ଅଧିକ ବ୍ୟାପିବାରେ ଲାଗିଛି। ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ବି ଏହି ଭୂତାଣୁ କବଳରେ ପଡୁଛନ୍ତି। ଦିଲ୍ଲୀର ବାବୁ ଜଗଜୀବନ ରାମ ହସ୍ପିଟାଲର ୭ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ସେମାନଙ୍କ ରକ୍ତ ପରୀକ୍ଷାରୁ କରୋନା ପଜିଟିଭ ମିଳିଛି। ଏହା ପରେ ସେମାନଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି। ପୂର୍ବରୁ ଏହି ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ମିଶାଇ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ହସ୍ପିଟାଲର ମୋଟ ୧୪ ଜଣ ଡାକ୍ତର ଓ ସ୍ବାସ୍ଥ୍ୟର୍କମୀ କରୋନରେ ଆକ୍ରାନ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୨୩୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୦ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.