ମଦ କିଣାକୁ ନେଇ ଗଣ୍ଡଗୋଳ : ୨ ଏସଆଇ ଓ ୫ କନେଷ୍ଟବଳ ଆହତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଗୋପାଳପୁରରେ ଦେଶୀ ମଦ ଦୋକାନରୁ ମଦ କିଣିବାକୁ ନେଇ ପାଟିତୁଣ୍ଡ ଓ ଗଣ୍ଡଗୋଳ ଘଟଣାରେ ୨ ଜଣ ଏସଆଇଙ୍କ ସମେତ ୫ ଜଣ କନେଷ୍ଟବଳ ଆହତ ହୋଇଛନ୍ତି।  ମଦ କିଣିବାକୁ ନେଇ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବାରୁ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲା। ତେବେ ଉତ୍ୟକ୍ତ  ଲୋକ ଶାନ୍ତ ହେବା ପରିବର୍ତ୍ତେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨ ଜଣ ଏସଆଇଙ୍କ ସମେତ ୫ ଜଣ କନେଷ୍ଟବଳ ଆହତ ହୋଇଛନ୍ତି। ସେମାନଙ୍କୁ ଖନ୍ତାପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଣ୍ଡଗୋଳକାରୀଙ୍କ ମଧ୍ୟରୁ ୨ଜଣ ଆହତ ହୋଇଛନ୍ତି। ଗାଁ ପୁଲିସ ଛାଉଣିରେ ପରିଣତ ହୋଇଥିବାବେଳେ ଚାପା ଉତ୍ତେଜନା ଲାଗି ରହିଛି।

ଏସଡିପିଓ ପ୍ରଭାଶ ପାଲ ଏବଂ ଏସପି ତପନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.