ରାତି ୭ଟା ମୁଖ୍ୟ ଖବର

ବଡ଼ଖବର:

# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତ୍ରାସବାଦ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି,- ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସନ୍ତ୍ରାସବାଦର ଦୃଢ଼ ମୁକାବିଲା କରୁଥିବା କହିଛନ୍ତି।

# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅର୍ଥନୈତିକ ସଂସ୍କାର ପାଇଁ ମୋଦି ସରକାରଙ୍କର ପ୍ରଶଂସା କରି ଆମେରିକା ଭାରତର ଏକ ଘନିଷ୍ଠ ବନ୍ଧୁ ରାଷ୍ଟ୍ର ଭାବେ ସର୍ବଦା ତା’ ପାଖରେ ଛିଡାହୋଇଛି ବୋଲି କହିଛନ୍ତି।

# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଆଉ ଏକ ବଡ଼ ଘୋଷଣା ପାଇଁ ପ୍ରସ୍ତୁତି କରୁଛନ୍ତି।

-ଜାମ୍ମୁ କାଶ୍ମୀରରେ ବନ୍ଦ ପଡିଥିବା ୫୦ ହଜାର ମନ୍ଦିର ଏବଂ ସ୍କୁଲକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ସେର୍ବକ୍ଷଣ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।

# ଜାତୀୟ ରାଜଧାନୀ ଦିଲ୍ଲୀରେ ପିଆଜ ଦରକୁ ନିୟନ୍ତ୍ରିତ କରିବା ପାଇଁ ଅରବିନ୍ଦ କେଜରିୱାଲଙ୍କ ସରକାର ବଡ଼ ପଦକ୍ଷେପ ନେଇଛନ୍ତି,ଏହି କ୍ରମରେ ପିଆଜ କିଲୋ ପ୍ରତି ୨୪ ଟଙ୍କାରେ ବିକିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

# ସୁପ୍ରିମକୋର୍ଟର ୪ଜଣ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସେମାନଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି।

-୪ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି।

# ଝାଡ଼ଖଣ୍ଡରେ ପୁଣି ଭିଡ଼ ହିଂସା ଦେଖିବାକୁ ମିଳିଛି। ଗୋହତ୍ୟା କରି ମାଂସ ବିକ୍ରି କରିବା ସନ୍ଦେହରେ ଉତ୍ୟେକ୍ତ ଲୋକମାନେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଆକ୍ରମଣରେ ଅନ୍ୟ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।

-ଖୁଣ୍ଟି ଜିଲାର ଜଲତାନ୍ଦା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି।

# ୨୦୨୧ରେ ହେବାକୁ ଥିବା ଦେଶର ଷୋଡଶ ଜନଗଣନା ମୋବାଇଲ ଆପ ଯୋଗେ କରାଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି।

-ଏହାସହ ପ୍ରତ୍ୟେକ ନାଗରିକଙ୍କ ପାଇଁ ପାସପୋର୍ଟ, ଆଧାର, ଭୋଟର କାର୍ଡ ସମେତ ଅନ୍ୟ ବରିଚୟପତ୍ରକୁ ମିଶାଇ ଗୋଟିଏ ପରିଚୟପତ୍ର (ଏକକ ପରିଚୟପତ୍ର) ପ୍ରସ୍ତୁତ କରାଯିବ ବୋଲି ଶାହା ସୂଚନା ଦେଇଛନ୍ତି। ଆଜି  ଦିଲ୍ଲୀ​‌ରେ ଜନଗଣନା ଭବନର ଶିଳାନ୍ୟାସ କରି ଶ୍ରୀ ଶାହା ଏହା କହିଛନ୍ତି।

ଆଞ୍ଚଳିକ:

# ଓଡିଶାରେ ପୁଣି ପୁଞ୍ଜିନିବେଶ କରିବା ପାଇଁ ଦକ୍ଷିଣ କୋରିଆ ମନ ବଳାଇଛି । ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲଙ୍କ ୪୬ ଜଣିଆ ବ୍ୟବସାୟିକ ପ୍ରତିନିଧି ଦଳ ଓଡିଶାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।

-ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ କୋରିଆ ପ୍ରତିନିଧି ଦଳ ଆଗ୍ରହ ପ୍ରକାଶ କରିଛନ୍ତି । କୃଷି, ମତ୍ସ୍ୟ, ବୟନ ଶିଳ୍ପ ଏବଂ ଇଲେକ୍ଟ୍ରୋନିକସ ଆଦି ଛଅଟି କ୍ଷେତ୍ରରେ ଦକ୍ଷିଣ କୋରିଆ ପୁଞ୍ଜି ନିବେଶ କରିବ ବୋଲି ଆଲୋଚନା ହୋଇଛି ।

# ବରଗଡ଼ ଜିଲାରେ ଆଜି ପୁଣି ଥରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି, ସଦର ବ୍ଲକ ଅନ୍ତର୍ଗତ ଏସ.ଡୁମ୍ବେରପାଲି ଗ୍ରାମପଞ୍ଚାୟତର ନୁଆଁପାଲି ଗ୍ରାମର ମହେନ୍ଦ୍ର ସାହୁ ଗତ ୧୯ ତାରିଖରେ ଗୁରୁବାର ବିଷ ପିଇଥିଲେ ।

# ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। 

ଜାତୀୟ:

# କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୋମବାର ତିହାର ଜେଲରେ ଭେଟିଛନ୍ତି।

– ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ଅଭିଯୁକ୍ତ ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିବା ପରେ ଏବେ ତିହାର ଜେଲ ପଠାଇଦେଇଛି। 

# ପଞ୍ଜାବ ପୁଲିସ ରବିବାର ପାକିସ୍ତାନ ଏବଂ ଜର୍ମାନୀସ୍ଥିତ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ (କେଜେଡଏଫ) ସମ୍ପର୍କିତ ୪ ଜଣ ସନ୍ଦିଗ୍ଧଙ୍କୁ ଚୋହଲା ସାହିବ ଗ୍ରାମରୁ ଗିରଫ କରିଛି।

# ୨୦୨୧ରେ ହେବାକୁ ଥିବା ଦେଶର ୧୬ତମ ଜନଗଣନା ମୋବାଇଲ ଆପ ଯୋଗେ କରାଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି।

# ବିଜେପିର ଜାମ୍ମୁ-କାଶ୍ମୀର ରାଜ୍ୟଶାଖା ମୁଖପାତ୍ର କାଶ୍ମୀରର ଜନସାଧାରଣ ରାଜ୍ୟର ମଙ୍ଗଳ ପାଇଁ ଆଗକୁ ଆଗେଇ ଆସି ସ୍ୱାଭାବିକ ଭାବେ ସେମାନଙ୍କର କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି।

# ଛତିଶଗଡ, ଉତ୍ତରପ୍ରଦେଶ, କେରଳ ଓ ତ୍ରିପୁରାର ଗୋଟିଏ ଲେଖାଏଁ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉପ-ନିର୍ବାଚନ ସକାଶେ ଆଜି ମତଦାନ ଶେଷ ହୋଇଛି।

# ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ମାଧବ ଆପ୍‌ତେଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

# ଆଜି ପ୍ରାୟ ୬ଟା ୯ ମିନିଟରେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ହୃଦ୍‌ଘାତରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ତାଙ୍କ ପୁଅ ବାମନ ଆପ୍‌ତେ ସୂଚନା ଦେଇଛନ୍ତି। ମାଧବ ଭାରତୀୟ କ୍ରିକେଟ ଟିମ୍‌ର ଓପନର ଏବଂ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଥିଲେ। 

ଆନ୍ତର୍ଜାତୀୟ:

# ବିଶ୍ଵର ସବୁଠାରୁ ବଡ଼ ଟ୍ରାଭେଲ କମ୍ପାନୀ ଭାବେ ଜଣାଶୁଣା ‘ଟମାସ କୁକ୍‌’ ବନ୍ଦ ହୋଇଯାଇଛି। ୧୭୮ ବର୍ଷ ପୁରୁଣା ଏହି ବ୍ରିଟିଶ ଟୁର୍‌ ଅପରେଟର କମ୍ପାନୀକୁ ଗତ ରାତିରେ ବନ୍ଦ କରିଦିଆଯାଇଛି।

-କମ୍ପାନୀ ବନ୍ଦ ହେବା ଫଳରେ ୨୨ ହଜାର କର୍ମଚାରୀଙ୍କ ଚାକିରି ସଙ୍କଟରେ ପଡ଼ିଯାଇଛି। 

 

Comments are closed.