ରାତି ୭ଟା ମୁଖ୍ୟ ଖବର

ବଡ ଖବର:

# ହଷ୍ଟନରେ  ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ ହାଓଦି ମୋଦୀ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ରଙ୍ଗାରଙ୍ଗ ସାସ୍କୃତିକ ବିଚିତ୍ରା

# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ  ହାଓଦି ମୋଦୀ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ 

– ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି  କାର୍ଯ୍ୟକ୍ରମରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

# ବାବ୍ରି ମସ୍‍ଜିଦ୍‍ ଭଙ୍ଗା ମାମଲାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କଲ୍ୟାଣ ସିଂହଙ୍କୁ ଚଳିତ ମାସ ୨୭ ତାରିଖରେ ହାଜର ହେବାପାଇଁ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ସମନ ଜାରି କରିଛି। 

#  ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ଜିକେଭିଡି ଥାନା ଅନ୍ତର୍ଗତ ମାଦିଗିମୁଡୁ ଜଙ୍ଗଳରେ ଆଜି ଗ୍ରେହାଉଣ୍ଡ  ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ  ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । 

# ଡ୍ରାଇଭିଂ ଲାଇସେନ୍ସକୁ ଆଧାରକାର୍ଡ ସହ ସଂଯୁକ୍ତ କରାଯିବ, ଆଧାର ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା ବାଧ୍ୟତାମୂଳକ ହେଲେ ଏହାର ନକଲ ଓ ଲାଇସେନ୍ସ ଜାଲିଆତି ହୋଇପାରିବ ନାହିଁ ବୋଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। 

# ସାଇ ଇନ୍‍ଫୋ ସିଷ୍ଟମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁନିଲ ସୁରେନ୍ଦ୍ର କୁମାର କକଡଙ୍କୁ ବେଆଇନ୍‍ ଅର୍ଥ କାରବାର ମାମଲା ଏବଂ ବ୍ୟାଙ୍କ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି।

# ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ଆଇଏଲଏସ, କୌଣସି ପାଗରେ ମଧ୍ୟ ବିମାନ ଅବତରଣ କରିପାରିବ

ଆଞ୍ଚଳିକ:

# ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହେଉଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି

# ମୋ ଉତ୍ତରାଧିକାରୀ ଲୋକ ବାଛିବେ : ନବୀନ

# ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଏହା ବିଶ୍ୱଭୂଷଣଙ୍କ ପ୍ରଥମ ଓଡ଼ିଶା ଗସ୍ତ।

# ବିଧି ବ୍ୟବସ୍ଥା ମଧ୍ୟରେ ଦୁଇ ରାଜ୍ୟରେ ପୋଲାଭରମ୍ ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦ ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ସେ ଏହି ଅବସରରେ କହିଛନ୍ତି।

# କଳାହାଣ୍ଡି ଜିଲା ଟିଟିଲାଗଡ଼-ବିଜୟନଗରମ ତୃତୀୟ ରେଳ ଲାଇନ କାମ କେସିଙ୍ଗା ଷ୍ଟେସନ ଠାରେ ଜାରି ରହିଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଝାରଖଣ୍ଡ ରାଜ୍ୟର ଶ୍ରମିକ ବୋଲି ଜଣାପଡ଼ିଛି।
# ଡ୍ରଗ୍ସ ମାଫିଆ ସେକ୍‌ ରାଜାର ବାଲେଶ୍ୱର ଜିଲ୍ଲା ସଦଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଏସ୍‌ଟିଏଫ୍‌ ଟିମର ଚଢ଼ାଉ
# ବଦଳି ପାରନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ – ସିଇଓ ପଦ ପାଇଁ ୧୯୯୯ ବ୍ୟାଚର ୩ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଶୀଲ କୁମାର ଲୋହାନି, ଏନ୍.ବି.ଏସ୍ ରାଜପୁତ୍ ଓ ଭାସ୍କର ଜ୍ୟୋତି ଶର୍ମାଙ୍କ ନାମ ସୁପାରିଶ
# ଭୁବନେଶ୍ୱର କୁଆଖାଇ ନଦୀ ବାଲିଅନ୍ତା ଥାନା ଅନ୍ତର୍ଗତ ବାଙ୍କୁଆଳ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର
#ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ବାସୁଦେବପୁର ନିମିକି ରାସ୍ତା ସାହାସପୁରା ଛକ ନିକଟରେ ୪୦୦ ଲିଟର ଚୋରା ମଦ ଜବତ, ୩ ଅଟକ
# ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ଆଇଏଲଏସ, କୌଣସି ପାଗରେ ମଧ୍ୟ ବିମାନ ଅବତରଣ କରିପାରିବ
# ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ ଟଙ୍କା ପାର୍ କଲା ପିଆଜ ଦର, ନାସିକ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ବଢ଼ୁଛି ଦର
# ଓଡ଼ିଶା ସିଟିଜେନସ୍ ଆୱାର୍ଡ ୨୦୧୯ରେ ସମ୍ମାନିତ ହେଲେ ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ।

ଜାତୀୟ:

#  ମହାରାଷ୍ଟ୍ର ପୁଲିସ ଦକ୍ଷିଣ ମୁମ୍ବଇର ଏକ ଅଞ୍ଚଳରୁ ୬୭ଲକ୍ଷ ନଗଦ ଟଙ୍କା ଜବତ କରିଛି। ରାଜ୍ୟରେ ନିର୍ବାଚନ ଘୋଷଣା ସହିତ ଆଦର୍ଶ ଆଚରଣବିଧି ଲାଗୁହେବାର ଅଳ୍ପସମୟ ପରେ ଏହି ଟଙ୍କା ଜବତ ହୋଇଛି।

# ଡ୍ରାଇଭିଂ ଲାଇସେନ୍ସକୁ ଆଧାରକାର୍ଡ ସହ ସଂଯୁକ୍ତ କରାଯିବ, ଆଧାର ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା ବାଧ୍ୟତାମୂଳକ ହେଲେ ଏହାର ନକଲ ଓ ଲାଇସେନ୍ସ ଜାଲିଆତି ହୋଇପାରିବ ନାହିଁ ବୋଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। 

# ନୂଆଦିଲ୍ଲୀ ଅକ୍ଷରଧାମ ମନ୍ଦିର ନିକଟରେ  ଦିଲ୍ଲୀ ପୁଲିସ ଏବଂ କେତେକ ଅଜଣା ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି, ଆଜି ଦିନ ୧୧ଟାରେ ଏକ ଧଳା ରଙ୍ଗର କାର୍‍ କୁ ଯାଞ୍ଚ ପାଇଁ ପୁଲିସ ଅଟକାଇବାରୁ ସେଥିରେ ଥିବା ଚାରି ଜଣ ପୁଲିସ ଟିମ ଉପରକୁ ଗୁଳି ଚଳାଇଥିଲେ।

# ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଆବୁଧାବିଠାରେ ସପ୍ତମ ଭାରତ-ସଂଯୁକ୍ତ ଆରବ ଏମିରେଟ୍‍ସ ନିବେଶ ସଂକ୍ରାନ୍ତ ଉଚ୍ଚସ୍ତରୀୟ ଟାକ୍ସଫୋର୍ସ ବୈଠକରେ ଅଧ୍ୟକ୍ଷତା କରିବେ।

#  ପ୍ରଟୋକଲ ଭାଙ୍ଗିଲେ ମୋଦୀ – ଆମେରିକାର ହଷ୍ଟନରେ କାର୍ପେଟ ଉପରୁ ନିଜେ ଉଠାଇଲେ ଖସିପଡିଥିବା ଫୁଲ ଡାଳ
# ଅକ୍ଟୋବର ୧୦ରେ ହରିଦ୍ଵାରରେ ହେବାକୁ ଥିବା ଅଖିଳ ଭାରତୀୟ ଆଖଡ଼ା ପରିଷଦର ବୈଠକରେ ଯୌନ ଶୋଷଣ ଅଭିଯୋଗରେ ଗିରଫ ସ୍ଵାମୀ ଚିନ୍ମୟାନନ୍ଦଙ୍କୁ ସନ୍ଥ ସମାଜରୁ ବାହାର କରାଯିବା ଘୋଷଣା କରାଯିବ
# ନ୍ୟାସନାଲ ରାଲିରେ ଅର୍ଜୁନ ପୁରସ୍କାର ବିଜେତା ଗୌରବ ଗିଲଙ୍କ କାରକୁ ଟ୍ରାକରେ ଧକ୍କା ଦେଲା ବାଇକ, ୩ ମୃତ

# ବେଙ୍ଗାଲୁରୁରେ ଭାରତ – ଦକ୍ଷିଣ ଆଫ୍ରିକା ଅନ୍ତିମ ଟ୍ୱେଣ୍ଟି -୨୦, ଟସ ଜିତି ଭାରତର ପ୍ରଥମେ ବ୍ୟାଟିଂ କରୁଛି 

ଆନ୍ତର୍ଜାତିୟ:

# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ହଷ୍ଟନରେ ଆଜି ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ ହାଓଦି ମୋଦୀ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ 
# ଆମେରିକାର ହଷ୍ଟନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ସେଠାରେ ରହୁଥିବା ଭାରତୀୟ ସମୁଦାୟ
#  ହଷ୍ଟନରେ ଶିଖ ପ୍ରତିନିଧି, କାଶ୍ମୀର ପଣ୍ଡିତଙ୍କ ସମେତ ଭାରତୀୟ ସଂପ୍ରଦାୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ଆମେରିକା ଗସ୍ତ ଅବସରରେ ୧ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚରେ ନିର୍ମିତ ୫୦ ହଜାର କିଲୋ ୱାଟର ‘ଗାନ୍ଧୀ ସୋଲାର ପାର୍କ’ ଉଦଘାଟନ କରିବେ ମୋଦୀ
# ହାଓଦି ମୋଦୀ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନର ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବଡ଼ ବଡ଼ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

Comments are closed.