୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ, ମାର୍ଚ୍ଚ ୧୦ରେ ଭୋଟ ଗଣତି

ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ମତଦାନ

ନୂଆଦିଲ୍ଲୀ :  ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଘୋଷଣା କରିଛନ୍ତି । କରୋନା କଟକଣା ମଧ୍ୟରେ ଏଥର ଏହି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ କଟକରାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

-୭ଟି ପର୍ଯ୍ୟାୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ

ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ମତଦାନ

-​‌ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ମତଦାନ

-​‌ଉତ୍ତରପ୍ରଦେଶରେ ଫେବୃୟାରୀ ୧୦, ୧୪, ୨୦, ୨୩, ୨୭ ଏବଂ ମାର୍ଚ୍ଚ ୩ ଓ ୭ରେ ୭ଟି ପର୍ଯ୍ୟାୟରେ

ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ଫେବୃୟାରୀ ୧୪ରେ ମତଦାନ

-ମଣିପୁରରେ ଫେବୃୟାରୀ ୨୭ ମାର୍ଚ୍ଚ ୩, ୨ଟି ପର୍ଯ୍ୟାୟରେ ମତଦାନ

 -ମାର୍ଚ୍ଚ ୧୦ରେ ଭୋଟ ଗଣତି

– କରୋନା କଟକଣା ଯୋଗୁଁ ରୋଡ ଶୋ’, ଣୋଭାଯାତ୍ରା ଓ ପଦଯାତ୍ରା ମନା

-ଘରକୁ ଘର ପ୍ରଚାରରେ ସର୍ବାଧିକ ୫ଜଣ

-ରାତି ୮ଟା ଯାଏ ପ୍ରଚାର

– ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା

 

 

Comments are closed.