ଟ୍ରକ-ଭ୍ୟାନ ମୁହାଁମୁହିଁ ଧକ୍କା: ଭ୍ୟାନରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ୭ ଯାତ୍ରୀ

ଉନ୍ନାଓ : ଉତ୍ତରପ୍ରଦେଶରର ଉନ୍ନାଓରେ ଭ୍ୟାନ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଭ୍ୟାନରେ ନିଆଁ ଲାଗି ୭ ଜଣ ଲୋକେ ଜିଅନ୍ତା ଜଳିଯାଇଛନ୍ତି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଉତ୍ତରପ୍ରଦେଶର ଉନ୍ନାଓରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଉନ୍ନାଓ-ହରଦୋଇ ମାର୍ଗରେ ବାଙ୍ଗରମଉ କୋତବାଲୀ କ୍ଷେତ୍ର ଅନ୍ତର୍ଗତ ନସିରାପୁର ଗାଁ ନିକଟରେ ଘଟିଛି। ମୃତକଙ୍କ ମଧ୍ୟରେ ଭ୍ୟାନରେ ଚାଳକ ସମେତ ୨ ଜଣ ଯୁବକ, ୨ ଜଣ ଶିଶୁ ଏବଂ ୨ ମହିଳାଙ୍କୁ ମିଶାଇ ମୋଟ ୭ ଜଣ ଥିଲେ ବୋଲି ଜଣାପଡ଼ିଛି।

courtesy : amarujala.com

ସୂଚନା ଯୋଗ୍ୟ, ନସିରାପୁର ଗାଁ ନିକଟରେ ଗତକାଲି ସନ୍ଧ୍ୟାରେ ଟ୍ରକ ଓ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ପରେ ଗ୍ୟାସ ସିଲିଣ୍ଡରରେ ଚାଳିତ ହେଉଥିବା ଉକ୍ତ ଭ୍ୟାନରେ ନିଆଁ ଲାଗିଯିବାରୁ ପ୍ରାୟ ୭ ଜଣ ଲୋକେ ଜିଅନ୍ତା ଜଳିଯାଇଥିଲେ। ଭ୍ୟାନରେ ଖୁବ ଦ୍ରୁତ ଗତିରେ ନିଆଁ ବ୍ୟାପି ଯାଇ ସମ୍ପୂର୍ଣ୍ଣ ଭ୍ୟାନଟି ଜଳିଯାଇଥିଲା। ସେଥିରେ ଥିବା ଯାତ୍ରୀଙ୍କୁ ରକ୍ଷା କରିବାକୁ କୌଣସି ସୁଯୋଗ ମଧ୍ୟ ମିଳିନଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ସ୍ଥାନୀୟଲୋକେ ଭ୍ୟାନ ନିକଟକୁ ଯିବାମାତ୍ରେ ସେମାନଙ୍କ ଶରୀରରେ ମଧ୍ୟ ନିଆଁ ଧାସ ବାଜିଥିଲା। ନିଆଁର ମାତ୍ରା ଖୁବ ଅଧିକ ଥିବାରୁ ଓ ଧକ୍କା ଫଳରେ ଭ୍ୟାନର ଏକ ଅଂଶ ଟ୍ରକ ଭିତରକୁ ଥିବାରୁ ଟ୍ରକର ଏକ ଅଂଶରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ସମୟରେ ମୁହଁମୁହିଁ ଧକ୍କା ହେବା ଫଳରେ ଏକ ଭୟଙ୍କର ଶବ୍ଦ ହେବାରୁ ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଶୀଘ୍ର ଯାଇଥିଲେ।
ନସିରାପୁର ଗ୍ରାମବାସୀଙ୍କ ମତାନୁଯାୟୀ, ସେମାନେ ଭ୍ୟାନ ନିକଟକୁ ଆସିବା ଯାଏଁ ନିଆଁ ସମ୍ପୂର୍ଣ୍ଣ ରୂପେ ବ୍ୟାପି ଯାଇଥିଲା। ଭ୍ୟାନ ଭିତରେ ଥିବା ଲୋକେ ନିଆଁରେ ଛଟପଟ ହେଉଥିଲେ। ମାତ୍ର ସେମାନଙ୍କୁ ରକ୍ଷା କରିବାର କୌଣସି ଉପାୟ ନଥିଲା।  ଭ୍ୟାନର ଏକ ଅଂଶ ଟ୍ରକ ଭିତରକୁ ଥିବାରୁ ତତ୍‍କ୍ଷଣାତ ଲୋକଙ୍କୁ ଉଦ୍ଧାର କରିବା ସମ୍ଭବପର ନଥିଲା। ଏହି କାରଣରୁ ଭ୍ୟାନର ଚାଳକ ମଧ୍ୟ ନିଜେ ବାହାରକୁ ବାହାରିବାକୁ ସକ୍ଷମ ହୋଇନଥିଲେ। ଆଖି ସାମ୍ନାରେ ନିଆଁ ଓ ଧୂଆଁରେ ସାତ ଜଣ ଲୋକେ ଜିଅନ୍ତା ଜଳି ଯାଇଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ଘଟଣାକୁ ରୋକିବାକୁ କୌଣସି ରାସ୍ତା ନଥିଲା। ତୁରନ୍ତ କ୍ରେନ ସାହାଯ୍ୟାରେ ଭ୍ୟାନକୁ ଟ୍ରକ ଭିତରକୁ କଢାଯାଇଥିଲା। ଖବର ପାଇବା ପରେ ଦମକଳର ୨ଟି ଗାଡ଼ି ସହ କର୍ମଚାରୀ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ନିଅାଁ ଲିଭିଲା ବେଳକୁ ଯାତ୍ରୀଙ୍କ ଶରୀରର ପୋଡ଼ି ପାଉଁଶ ହୋଇଯାଇଥିଲା। ଉକ୍ତ ସମୟରେ ଉନ୍ନାଓ-ହରଦୋଇ ମାର୍ଗରେ ଯାତାୟତ ବନ୍ଦ ରହିଥିଲା। ପାୟ ୨ ଘଣ୍ଟା ପରେ ମୃତଦେହ ଉଦ୍ଧାର ହେବା ପରେ ଯାତାୟତ ସମ୍ଭବପର ହୋଇଥିଲା।

Comments are closed.