ବାଟ ଭୁଲିଗଲା ଅମ୍ଳଜାନ ଟ୍ୟାଙ୍କର, ଚାଲିଗଲା ୭ ରୋଗୀଙ୍କ ଜୀବନ

ଡାକ୍ତରଖାନାକୁ ବାଟ ଭୁଲିଗଲା ଅମ୍ଳଜାନ ଟ୍ୟାଙ୍କର। ଯେଉଁଥିପାଇଁ ଠିକ ସମୟରେ ଅମ୍ଳଜାନ ନ ପହଞ୍ଚିବାରୁ ଚାଲିଗଲା ୭ ରୋଗୀଙ୍କ ଜୀବନ। ହାଇଦ୍ରାବାଦର କିଙ୍ଗ୍‌ କୋଟି ସରକାରୀ ଡାକ୍ତରଖାନାରେ ଏଭଳି ଦୁଃଖଦ ଘଟଣା ଘଟିଛି। ସମସ୍ତ ରୋଗୀ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।

ସୂଚନା ଅନୁସାରେ, କିଙ୍ଗ କୋଟି ଡାକ୍ତରଖାନାରେ ଥିବା ଅମ୍ଳଜାନ ଟାଙ୍କିରେ ଚାପ ହ୍ରାସ ପାଇବାରୁ କର୍ତ୍ତୃପକ୍ଷ ତାହାକୁ ପୁନଃ ଭର୍ତ୍ତି କରିବାକୁ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଜଣାଇଥିଲେ। ଏହା ପରେ ଏକ ଅମ୍ଳଜାନ ଟ୍ୟାଙ୍କର ଉକ୍ତ ଡାକ୍ତରଖାନାକୁ ପଠାଯାଇଥିଲା। କିନ୍ତୁ ଟ୍ୟାଙ୍କରଟି ଡାକ୍ତରଖାନାକୁ ବାଟ ନ ପାଇ ଭୁଲ ରାସ୍ତାରେ ଚାଲିଯାଇଥିଲା। ଏ ନେଇ ଖବର ମିଳିବା ପରେ ହାଇଦ୍ରାବାଦର ନାରୟନଗୁଡ଼ା ପୁଲିସ ଅମ୍ଳଜାନ ଟ୍ୟାଙ୍କରକୁ ଠାବ କରିବାକୁ ଉଦ୍ୟମ କରିଥିଲା। ଶେରେ ଟ୍ୟାଙ୍କରକୁ ଠାବ କରି ଡାକ୍ତରଖାନାରେ ପହଞ୍ଚାଇଥିଲା। କିନ୍ତୁ ସେତେବଳକୁ ୭ ରୋଗୀଙ୍କ ମୃତ୍ୟୁ ଘଟି ସାରିଥିଲା। ତେବେ ଜରୁରୀ ପରିସ୍ଥିତିରେ ଅମ୍ଳଜାନ ଟ୍ୟାଙ୍କରକୁ ଗ୍ରୀନ୍‌ କରିଡର ଜରିଆରେ ଡାକ୍ତରଖାନାରେ ପହଞ୍ଚାଇବାକୁ ନିୟମ ଥିଲେ ହେଁ ଏଠାରେ ତାହାକୁ ଅନୁସରଣ କରାଯାଇ ନ ଥିଲା, ଯେଉଁଥିପାଇଁ ୭ ରୋଗୀ ପ୍ରାଣ ହରାଇଛନ୍ତି।

Comments are closed.