ପୁଣି ୭ ପାକ୍ କ୍ରିକେଟ ଖେଳାଳି କରୋନା ସଂକ୍ରମିତ

ପାକ୍ କ୍ରିକେଟ୍ ପାଇଁ ଚାଲିଛି ଖରାପ ସମୟ । ପୂର୍ବରୁ ୩ ଜଣ ପାକ୍ କ୍ରିକେଟ ଖେଳାଳି କରୋନା ସଂକ୍ରମିତ ହୋଇଥିବାବେଳେ ମଙ୍ଗଳବାର ଆଉ ୭ ଜଣଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି ।

ମଙ୍ଗଳବାର ପାକ୍ କ୍ରିକେଟର ନିୟମିତ ଖେଳାଳି ଫକର ଜମାନ, ଇମ୍ରାନ ଖାଁ, କାସିଫ୍ ଭାଟ୍ଟି, ମହମ୍ମଦ ହାଫିଜ, ମହମ୍ମଦ ହୁସେନ, ମହମ୍ମଦ ରିଜୱାନ ଓ ୱାହାବ ରିଆଜଙ୍କ ସ୍ବାବ ପଜିଯିଭ୍ ଆସିଛି । ଏହା ପୂର୍ବରୁ ସୋମବାର ହାଇଦର ଅଲ୍ଲୀ, ହ୍ୟାରିସ୍ ରଉଫ ଓ ସାଦବ ଖାଁଙ୍କ ପରୀକ୍ଷା ପଜିଟିଭ୍ ଆସିଥିଲା । ଆସନ୍ତା ୨୮ ତାରିଖରେ ପାକିସ୍ତାନ ଦଳ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି ଖେଳାଳିମାନେ କରୋନା ସଂକ୍ରମିତ ହେବା ପାକ୍ କ୍ରିକେଟକୁ ଶକ୍ତ ଲକ୍କା ଲାଗିଛି ।

ପାକ୍ କ୍ରିକେଟ୍ କଂଟ୍ରୋଲ ବୋର୍ଡ଼ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଖେଳାଳିମାନଙ୍କ ବ୍ୟତୀତ ମଲାଙ୍ଗ ଅଲ୍ଲୀ ନାମକ ଜଣେ ପାକ୍ ଟିମ୍ ସହାୟକ ମଧ୍ୟ କୋବିଦ ପୀଡ଼ିତ ଅଛନ୍ତି । ସୋଏବ ମଲ୍ଲିକ୍, କ୍ଲିଫ୍ ଡ଼ିଆକନ ଓ ୱାକର ୟୁନୁସଙ୍କ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଜୁନ୍ ୧୩ ତାରିଖରେ ପାକ କ୍ରିକେଟର ପୂର୍ବତନ ଅଧିନାୟକ ସଇଦ ଆଫ୍ରିଦି କରୋନା ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା । ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥାଠିକ୍ ଅଛି ।

Comments
Loading...