ଭୁବନେଶ୍ବରରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରୁ ୭ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ଟି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଭୁବନେଶ୍ବରରୁ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ସମସ୍ତ ୪ ଜଣ ହେଉଛନ୍ତି ରେଲୱେ କର୍ମଚାରୀ ଏବଂ ସେମାନେ ସମସ୍ତେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି। ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ୩ଟି କେସ ମଧ୍ୟରୁ ୨ଟି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟା ମହିଳା ଏବଂ ଅନ୍ୟଜଣେ ୧୦ ବର୍ଷର ବାଳକ ବୋଲି ଜଣାପଡିଛି । ପୂର୍ବରୁ ଗଂଜାମରୁ ଫେରି କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂପ୍ସର୍ଶରେ ଆସି ସେମାନେ ସଂକ୍ରମିତ ହୋଇଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ୩୧ ବର୍ଷିୟ ମହିଳା ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡିଛି ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ୧୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮୩ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର କରୋନାରେ ପ୍ରାଣହାନୀ ହୋଇଛି। ସେହିପରି ବର୍ତ୍ତମାନ ୭୮ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.