ଗଞ୍ଜାମରେ କରୋନାର ସ୍ଥିତି ଅନୁଧ୍ୟାନ କରିବାପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ସ୍ବତନ୍ତ୍ର ଟିମ୍

ଭୁବନେଶ୍ଵର : ଗଞ୍ଜାମ ଜିଲାରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଗତ ୮ ଦିନ ମଧ୍ୟରେ ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣେ ବ୍ୟକ୍ତି ଜୀବନ ହରାଇଛନ୍ତି । ଏବେ ଜିଲାରେ ୧୧୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଗଞ୍ଜାମର ସ୍ଥିତି ଦେଖି  ଓଡ଼ିଶା ସମେତ ସାରା ଦେଶରେ ବି ଚିନ୍ତା ବଢ଼ିଯାଇଛି ।

କରୋନା ମୁକାବିଲା ବ୍ୟବସ୍ଥା ତଦାରଖ ପାଇଁ ଗଞ୍ଜାମ ଗସ୍ତରେ ଯାଇଛନ୍ତି ୭ ଜଣିଆ ସ୍ବତନ୍ତ୍ର ଟିମ ।  ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍ ଯାଉଥିବା ବେଳେ, ସେଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO, ICMR ଓ RMRC ର ପ୍ରତିନିଧି ସାମିଲ ଅଛନ୍ତି।

ଗଞ୍ଜାମ ଜିଲ୍ଲାରେ ସେମାନେ କଣ୍ଟେନମେଣ୍ଟ କଟକଣା, କରୋନା ସ୍ଥିତି ନୀରିକ୍ଷଣ ଓ ଚିକିତ୍ସା ସହାୟତା ଆଦି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ । ଗଞ୍ଜାମ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନକୁ ଏମ୍‌କେସିଜି ମେଡିକାଲ୍ ପକ୍ଷରୁ ମଧ୍ୟ ସହାୟତା କରୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.