ଟ୍ରକ୍-ଟେମ୍ପୋ ମୁହାଁମୁହିଁ ଧକ୍କା, ୭ ଶ୍ରମିକ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଥୁରା ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଶ୍ରମିକମାନେ ନିଜ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅସୁନାରେ, ସମସ୍ତ ଶ୍ରମିକଙ୍କ ଘର ମଧ୍ୟପ୍ରଦେଶର ଛତରପୁରରେ। ସେମାନେ ଉତ୍ତରପ୍ରଦେଶର ମଥୁରା ଜିଲାକୁ କାମଧନ୍ଦା କରିବା ଲାଗି ଯାଇଥିଲେ। ଲକଡାଉନ ଯୋଗୁ ସେଠାରେ ଅଟକି ରହିଥିଲେ। ସୋମବାର ସେମାନେ ଏକ ଟେମ୍ପୋରେ ଜାଜନ ପଟ୍ଟିସ୍ଥିତ ବସ୍ଷ୍ଟାଣ୍ଡକୁ ଯାଉଥିବାବେଳେ ସାମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିଲା।