୭ ଜଣଙ୍କୁ ହତ୍ୟାକଲେ ପଥଲଗଡ଼ି ସମର୍ଥକ : ଝାଡ଼ଖଣ୍ଡ ପୁଲିସ

ରାଞ୍ଚି : ଝାଡ଼ଖଣ୍ଡର  ବୁରଗୁଲିକେରା ଗ୍ରାମରେ ଅପହରଣ କରି ନିଆଯାଇଥିବା ଜଣେ ଉପମୁଖ୍ୟଙ୍କ ସମେତ ସମସ୍ତ ୭ ଜଣ ଲୋକଙ୍କୁ ପଶ୍ଚିମ ସିଂଘଭୂମ ଜିଲ୍ଲାରେ ପଥଲଗଡ଼ି ସମର୍ଥକମାନେ ହତ୍ୟା କରିଛନ୍ତି ବୋଲି ଝାଡ଼ଖଣ୍ଡ ପୁଲିସ୍‍ କହିଛି । ପଥଲଗଡ଼ିର ସମର୍ଥକମାନେ ସେହି ଲୋକମାନଙ୍କୁ ଅପହରଣ କରିନେଇଥିଲେ। ପଥଲଗଡ଼ି ଆନ୍ଦୋଳନ ବିରୁଦ୍ଧରେ ସେହି ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ପଥଲଗଡ଼ିର ସମର୍ଥକ ଓ ଏହାକୁ ବିରୋଧ କରୁଥିବା ଗୋଷ୍ଠୀ ମଧ୍ୟରେ ଏକ ପଞ୍ଚାୟତ ବୈଠକ ସମୟରେ ଗତ ରବିବାର ଦିନ ସଂଘର୍ଷ ଘଟିଥିଲା। ବୁରଗୁଲିକେରା ଗ୍ରାମଠାରେ ଏହି ବୈଠକ ଡକାଯାଇଥିଲା।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Comments are closed.