ବରଗଛ ଡାଳ ପଡି ୭ ଗୁରୁତର

କୋଟଗଡ: କୋଟଗଡ ଶଗଡିଆ ସାହିରେ ଗତକାଲି ଅପରାହ୍ନରେ କୌଣସି ପବନ ବର୍ଷା ନ ଥାଇ ଏକ ବହୁ ପୁରାତନ ବିରାଟ ବରଗଛର ଏକ କଞ୍ଚା ଡାଳ ଭାଙ୍ଗି ପଡିବା ଫଳରେ ୭ଜଣ ଆହତ ହୋଇଛନ୍ତି। ପ୍ରଥମେ ଏକ ଶୁଖିଲା ଡାଳ ଭାଙ୍ଗିବା ପରେ ସେଥିରେ ଥିବା ଏକ ସାପକୁ ଦେଖିବାକୁ ସାହିର ଲୋକମାନେ ଛିଡା ହୋଇଥିଲେ କିନ୍ତୁ ପୁଣି ଏକ ବଡ କଞ୍ଚା ଡାଳ ଭାଙ୍ଗି ଲୋକଙ୍କ ଉପରେ ପଡିଯାଇଥିଲା।

ଘଟଣାସ୍ଥଳରେ ଶିବମଣି ନାୟକ (୨୫), ଦିବାକର ନାୟକ (୫୦), ରଜନୀ ନାୟକ (୩୦), ବୈଦେହୀ ନାୟକ (୫୦) ଅତି ଗୁରୁତର ଏବଂ ରାମଦୀନି ବେହେରା (୨୫), ନିରମା ନାୟକ (୩୦) ଓ ଜଣେ ଶିଶୁ ଅରବନ୍ଦ ରଣା (୧୦) ୭ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Comments are closed.