ରାଜ୍ୟର ୭ ସରକାରୀ ମେଡିକାଲ କଲେଜକୁ ୩୦ ଜିଲା ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାରେ ଥିବା ୭ଟି ସରକାରୀ ମେଡିକାଲ କଲେଜକୁ ୩୦ ଜିଲାର ଦାୟିତ୍ୱ ବଣ୍ଟନ କରିଛନ୍ତି। ଏହି ମେଡିକାଲ କଲେଜରେ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯିବ। ଉକ୍ତ ଟିମଗୁଡିକ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ଜିଲାଗୁଡିକରେ କୋଭିଡ ସେଣ୍ଟର ପରିଚାଳନା ଦାୟିତ୍ୱ ତଦାରଖ କରିବେ। ଏଥିସହିତ ରାଜ୍ୟସ୍ତରୀୟ କମିଟି ମଧ୍ୟ ଗଠନ କରାଯିବ। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲା ଦାୟିତ୍ୱ ଦିଆଯାଇଥିବାବେଳେ କୋରାପୁଟସ୍ଥିତ ଏଲ ଏନ ମେଡିକାଲ କଲେଜକୁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଜିଲା ଦାୟିତ୍ୱ ଦିଆଯାଇଛି। ସେହିଭଳି ଏମକେସିଜିକୁ ବଉଦ, ଗଜପତି, କନ୍ଧମାଳ, ଗଞ୍ଜାମ ଜିଲା, ଭିମସାରକୁ ଅନୁଗୁଳ, ବରଗଡ, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ପିଆରଏମ ବାରିପଦାକୁ କେନ୍ଦୁଝର ଓ ମୟୁରଭଞ୍ଜ ଜିଲା ଦାୟିତ୍ୱ ଦିଆଯାଇଛି। ଏଫଏମକୁ ବାଲେଶ୍ୱର ଓ ଭଦ୍ରକ ଜିଲା ଦାୟିତ୍ୱ ଦିଆଯାଇଥିବାବେଳେ ବିବି ମେଡିକାଲ କଲେଜକୁ ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ଜିଲା ଦାୟି୍‍ତ୍ୱ ନ୍ୟସ୍ତ କରାଯାଇଛି।

Comments are closed.